Posts

Showing posts from August, 2021

ଭାରତ ବର୍ଷ

Image
© ଡ଼ଃ   ତୃପ୍ତିରଞ୍ଜନ   ଦାସ   ଦିନା ବୁଢା କୁ ପଚସ୍ତରୀ ବର୍ଷ । ବୁଢା ଏବେବି ଖଟୁଛି ।ନଖଟିଲେ ତା ପେଟକୁ ଭାତ କିଏ ଦେଵ ? ବୁଢ଼ାର କେହି ନାହାନ୍ତି ।ମୂଲ ଲାଗି ଯାହା ଆଣେ ସେଥିରେ ଦି ଓଳି ଖାଏ , ଆଉ ବିଡ଼ି ପିଏ। ନା ତାର ଆଧାର କାର୍ଡ ଅଛି , ନା ତାର ଭୋଟର କାର୍ଡ ଅଛି । କିନ୍ତୁ ନିର୍ବାଚନ ବେଳେ ତାର ଦୁଇ ପଇସା ଅଧିକା ହୁଏ ।ଗାଁ ଗାଁ ବୁଲି ପୋଷ୍ଟର ଲଗାଏ । କାନ୍ଥରେ ଚୂନ ମାରେ । ପରେ ସେଇ ଚୂନରେ ରଙ୍ଗ ମିସ୍ତ୍ରୀ ଲେଖେ " ସୁନାର ଭାରତ ଆମର ସଂକଳ୍ପ " ବୋଲି । ଦିନା ବୁଢାର ଗୋଟିଏ ଚାଳି ଘର ଗାଁ ମଝିଟାରେ। ସେଇଠି ବଡ଼ ଦାଣ୍ଡ ଟିଏ ଆଉ ଉଚ୍ଚା ଭଙ୍ଗା କାନ୍ଥ ଟିଏ ଅଛି।କାନ୍ଥକୁ ଲାଗି ପିଣ୍ଡି ଟିଏ। ଦିନା ବୁଢା ଦୀପହରିଆ ଖରା ରେ ସେମିତି ସୀଢୀ ଧରି ଛିଡା ହେଇଥାଏ ସେ କାନ୍ଥ ପାଖରେ। ଉପରେ ରଙ୍ଗ ମିସ୍ତ୍ରୀ ତ୍ରିରଙ୍ଗା ଚିତ୍ର କରି ଲେଖୁଥାଏ ସେଇ ସ୍ଲୋଗାନ । ବୁଢା ଧଇଁ ପେଲେ , କାଶେ , ଉପରକୁ ଜୁଳୁ ଜୁଳିଆ ଆଖିରେ ଚାହେଁ । ସେ ଅକ୍ଷର ଭିତରେ ତାକୁ ଆଶ୍ୱାସନା ଦିଶେ ।ସୁନାର ଭାରତ ର ନୁହଁ ... କାମ ସଅଳ ସରିଲେ , ଟଙ୍କା ଶହେ ମିଳିବ ବୋଲି ।                       ...