ଭାରତ ବର୍ଷ

©ଡ଼ଃ ତୃପ୍ତିରଞ୍ଜନ ଦାସ

 ଦିନା ବୁଢା କୁ ପଚସ୍ତରୀ ବର୍ଷ ବୁଢା ଏବେବି ଖଟୁଛି ।ନଖଟିଲେ ତା ପେଟକୁ ଭାତ କିଏ ଦେଵ? ବୁଢ଼ାର କେହି ନାହାନ୍ତି ।ମୂଲ ଲାଗି ଯାହା ଆଣେ ସେଥିରେ ଦି ଓଳି ଖାଏ, ଆଉ ବିଡ଼ି ପିଏ। ନା ତାର ଆଧାର କାର୍ଡ ଅଛି, ନା ତାର ଭୋଟର କାର୍ଡ ଅଛି କିନ୍ତୁ ନିର୍ବାଚନ ବେଳେ ତାର ଦୁଇ ପଇସା ଅଧିକା ହୁଏ ।ଗାଁ ଗାଁ ବୁଲି ପୋଷ୍ଟର ଲଗାଏ କାନ୍ଥରେ ଚୂନ ମାରେ ପରେ ସେଇ ଚୂନରେ ରଙ୍ଗ ମିସ୍ତ୍ରୀ ଲେଖେ "ସୁନାର ଭାରତ ଆମର ସଂକଳ୍ପ" ବୋଲି ଦିନା ବୁଢାର ଗୋଟିଏ ଚାଳି ଘର ଗାଁ ମଝିଟାରେ। ସେଇଠି ବଡ଼ ଦାଣ୍ଡ ଟିଏ ଆଉ ଉଚ୍ଚା ଭଙ୍ଗା କାନ୍ଥ ଟିଏ ଅଛି।କାନ୍ଥକୁ ଲାଗି ପିଣ୍ଡି ଟିଏ। ଦିନା ବୁଢା ଦୀପହରିଆ ଖରା ରେ ସେମିତି ସୀଢୀ ଧରି ଛିଡା ହେଇଥାଏ ସେ କାନ୍ଥ ପାଖରେ। ଉପରେ ରଙ୍ଗ ମିସ୍ତ୍ରୀ ତ୍ରିରଙ୍ଗା ଚିତ୍ର କରି ଲେଖୁଥାଏ ସେଇ ସ୍ଲୋଗାନ ବୁଢା ଧଇଁ ପେଲେ, କାଶେ, ଉପରକୁ ଜୁଳୁ ଜୁଳିଆ ଆଖିରେ ଚାହେଁ ସେ ଅକ୍ଷର ଭିତରେ ତାକୁ ଆଶ୍ୱାସନା ଦିଶେ ।ସୁନାର ଭାରତ ନୁହଁ... କାମ ସଅଳ ସରିଲେ, ଟଙ୍କା ଶହେ ମିଳିବ ବୋଲି

                                                         ବୁଢା ଯେଉଁ ବସ୍ତିରେ ରୁହେ ,ସେଇଠି ମଦ ଦୋକାନ ଟିଏ ସରକାରୀ ଲାଇସେନ୍ସରେ ଖୋଲିଛି ଅନେକ ଲୋକଙ୍କ ଭିଡ଼ ଜମେ ଅନେକ ଲୋକ ସେଇଠି ଠିପି ଖୋଲି ପିଅନ୍ତି। ଯେଉଁ କାନ୍ଥରେ ସୁନାର ଭାରତ ଲେଖା ଅଛି,ସେଇ କାନ୍ଥ ଆଡେ ଚାହିଁ ଏକ କରନ୍ତି ବୁଢା ସଞ୍ଜରେ ପିଣ୍ଡି ରେ ବସି ବିଡ଼ି ଲଗାଏ ଘର ଆଗ ପିଣ୍ଡି ରେ ବସେ ସୋଲାର ଷ୍ଟ୍ରୀଟ ଆଲୁଅରେପଢିବାକୁ ଚେଷ୍ଟା କରେ କାନ୍ଥରେ ଲେଖା ହେଇଥିବା ଅକ୍ଷର କୁ କିଛି ତା ମୁଣ୍ଡରେ ପସେନି, ଖାଲି କଳା ରଙ୍ଗ ଜାଣି ପାରେ ମୁରୁଖ ବୁଢା ସିଏ ଭାବେ ସେଇ ଯୋଉ ଲେଖା ହେଇଛି, ତା ପଛରେ ବି ତାର ପରିଶ୍ରମ ଅଛି   ପୁଣି ବିଡ଼ି ଟାଣେ ପାଖ ବସ୍ତିର ଛୋଟ ଛୁଆ ଙ୍କୁ ଦେଖେ। ଆଉ ପୁଣି ଦେଖେ ତାଙ୍କ ଅଧା ଫୁଙ୍ଗୁଳା, ନୁଖୁରା, ଧୂଳି ଧୂସର ଦେହକୁ। ସେ ଯେଉଁ ଚୂନ ବୋଳିଥିଲା କାନ୍ଥରେ , ବସ୍ତି ଛୁଆ ଗୁଡା ସେଇଠି ଦେହ ଘଷି ଏମତି ନିଜକୁ କରିଛନ୍ତି ବୁଢା ଛୁଆଙ୍କୁ ପାଟି କରେ ଆଉ କହେ "ହେଇରେ ଶଳେ, କାଇଁ ସେ ଚୂନ କାନ୍ଥରେ ନିଜକୁ ଘସୁଛ ? ଡାକିବି ସେ ରଙ୍ଗ ଵାଲା କୁ ତମ ଦେହରେ ସେଇ କଥା ଲେଖିଦେବ , ଯାହା କାନ୍ଥ ଉପରେ ଲେଖିଛି"

 

 ବୁଢା ଘରକୁ ଲାଗି ଫାଲୁରି ଘର ଫାଲୁରି ବାସନ ମାଜିକି ଚଳେ ଏବେ ପଥର କାମ କରିବାକୁ ଯାଉଛି ଫାଲୁରି ସ୍ୱାମୀ କୁ କୁଷ୍ଠ ରୋଗ ପଥର ବୁହାଇ ବୁହାଇ ହାଲିଆ ହେଇ ଘରକୁ ଫେରିଛି ପେଟରେ ଅନେକ ଯନ୍ତ୍ରଣା ଭୋଗୁଛି ସାତ ମାସ ଗର୍ଭ ଲଥ କି ବସି ପଡିଲା ସେଇ ପିଣ୍ଡିରେ ଦିନା ବୁଢା ପଚାରିଲା "ଫାଲୁରି ତୁ ଗର୍ଭିଣୀ ମାଇପି ଟେ, ଦିହ ଯତ୍ନ ନେଉନୁ ଏମିତି ଖଟୁଛୁ, ମରି ଯିବୁଲୋ" ଫାଲୁରି କହିଲା " ଆଜି ଟିକେ ଅଧିକା ଖଟଣୀ ପଡିଗଲା, ସେ ଠିକାଦାର ଏକା ଜିଦ, ଦୁଇଟା ବେଳ ଭିତରେ ରାସ୍ତା ଉପରୁ ପଥର ସଫା କରିବାକୁ ହେବ ଏଇ ବାଟ ଦେଇ କୁଆଡେ  ବଡ଼ ବାବୁ କିଏ ଯିବେ? କଣ' କହୁଥିଲେ କି..ସୁନାର ଭାରତ ପାଇଁ ପଦ ଯାତ୍ରା ହେବ ଦିନା ବୁଢା ପୁଣି ଚାହିଁଲା ସେ ଉଚ୍ଚା କାନ୍ଥକୁ ପୁଣି ପଢିବାକୁ ଚେଷ୍ଟା କଲା , ପୁଣି ବିଫଳ ହେଲା ତାର ପ୍ରୟାସ।  ଫାଲୁରି ଚାଲି ଗଲାଣି ତାର ଘରକୁ

                                                              ଫାଲୁରି ମୁଣ୍ଡ ଘୁରେଇ ପଡିଗଲା ରାସ୍ତା ମଝିଟାରେ ଏବେ ଅସହ୍ୟ ଗର୍ଭ ଯନ୍ତ୍ରଣା ବସ୍ତିର ସ୍ତ୍ରୀ ଲୋକ ରୁଣ୍ଡ ହେଇଗଲେ ଚାରି ପଟେ କନା ଢାଙ୍କି ଦିନା ବୁଢା ପାଣି ଗରମ କରି ଆଣି ଦେଲା ବୁଢା କିଛି ଦୂରରେ ବସିଲା ବିଡ଼ି କାଢି଼ଲା  ହେଲେ ଲଗେଇଲା ନାହିଁ ପୁଣି କାନରେ ଖୋସି ଏପଟ ସେପଟ ହେଲା ଫାଲୁରି ଯନ୍ତ୍ରଣା ଜର୍ଜରିତ ସ୍ୱର କ୍ରମଶଃ କ୍ଷୀଣ ହେଇ ଆସୁଛି ଫାଲୁରି ପୁଅ ଟେ ହେଇଚି ବୋଲି ଚିଲେଇ କି କହିଲା ଡମା ଭାରିଜା ଫାଲୁରି ଆଉ ଉଠୁନି ପୁଅକୁ ଦେଖିବାକୁ ।ଫାଲୁରି ଚାରି କଡ଼ ଯାକ ରକ୍ତ ନଦୀ ଟିଏ ।ଖରାରେ ଚକ୍ ଚକ୍ କରୁଛି ସମସ୍ତେ ଚୁପ ।କରୁଣ କ୍ରନ୍ଦନରେ ତାଙ୍କ ବସ୍ତି ମଝିଟା କମ୍ପିଉଠିଲା ଦିନା ବୁଢା ଦୌଡ଼ିଗଲା  ଫାଲୁରି ପାଖକୁ ।ଦେଖିଲା ଫାଲୁରି ଆଉ ଧଇଁ ସଇଁ ହେଉନି ନିରବ ନିଶ୍ଚଳ ହେଇ ପଡିଛି। ବୁଢା ବହି ଯାଇଥିବା ରକ୍ତରେ ଦେଖି ପାରୁଥିଲା କାନ୍ଥ ରେ ଲେଖା ହେଇଥିବା ଭାରତବର୍ଷର ପ୍ରତିଛବିକୁ।

                                ହଠାତ ଖବର ଆସିଲା, କାଲି ତାଙ୍କ ବସ୍ତିରେ ସଭା ହବ ଶାସକ ଦଳ ଯେଉଁ ସ୍ଲୋଗାନ ରେ ତା' ନିର୍ବାଚନ ଯାତ୍ରା ଆରମ୍ଭ କରିଛି, ତାର ଆଭିମୁଖ୍ୟ ନେଇ ବିଧାୟକ ଉଦବୋଧନ ଦେବେ ସଂଜ ବେଳୁ ଆସି ଟେଣ୍ଟ ବନ୍ଧା କାମ ଆରମ୍ଭ ହୋଇ ଗଲା ସେଇ କାନ୍ଥ କୁ ଲାଗି, ଟେଣ୍ଟ ବନ୍ଧା ଗଲା ଦିନା ବୁଢାକୁ ଦାଇତ୍ୱ ଦିଆ ଗଲା,ବସ୍ତିରେ ତା ଶ୍ରେଣୀ ସମସ୍ତ ଲୋକଙ୍କୁ ଆଣି ଏକାଠି କରିବା ପାଇଁ ଆଗୁଆ ବୁଢାକୁ ଦୁଇ ଶହ ଟଙ୍କା ଧରେଇ ଦେଇଗଲେ କୁଜି ନେତା ସଭା ସ୍ଥଳୀ ରେ ଛୋଟ ବଡ଼ ମିଶେଇକି ତିନିଶହ ବସ୍ତି ଲୋକଙ୍କୁ ବୁଢା ଏକାଠି କରିଦେଲା ମଞ୍ଚରେ ସଭା କାମ ଆରମ୍ଭ ହେଲା ବିଧାୟକ ଙ୍କ ଭାଷଣ ଆରମ୍ଭ କରିଦେଲେ ବସ୍ତି ବାଲାଙ୍କ ମୁଣ୍ଡ ଉପର ଦେଇ ବିଧାୟକଙ୍କ ଭାଷଣ ଉପରେ ଉପରେ ଉଡ଼ି ଯାଉଥାଏ ଦିନା ବୁଢା ମୁରବି ଦେଖେଇ ହେଇ,ଏକା ଲୟରେ ନେତା ଙ୍କ ମୁହଁକୁ ଚାହିଁଥାଏ ଯେମିତି ସେ ସବୁ ବୁଝି ପାରୁଛି ଏତିକି ବେଳ କିଛି ଯୁବକ ଖାଦ୍ୟ ପୁଡ଼ିଆ ନେଇକି ଆସିଲେ ।ଖାଦ୍ୟ ପୁଡ଼ିଆ କୁ ପେଣ୍ଡାଲ ଗୋଟିଏ କୋଣ କୁ ନେଇଗଲେ ସଭା ସରିବା ପରେ ଖାଦ୍ୟ ବଣ୍ଟନ ହେବାର ବ୍ୟବସ୍ଥା ଥାଏ ବସ୍ତି ବାଲାଙ୍କ ଭିତରୁ କେହି ଜଣେ ଖାଦ୍ୟ ପୁଡ଼ିଆ କୁ ଦେଖି, ଜୋରରେ କହିଲା ହେଇ ଦେଖ ଖାଇବା ଆସିଗଲା ଦିନା ବୁଢା ଠିକ କହୁଥିଲା ଖାଇବାକୁ ମିଳିବ ବୋଲି ସଭା ରେ ଏଇ ଆସରେ ସମସ୍ତେ ଦଉଡିଲେ ସେଇ କୋଣ କୁ ।ବିଧାୟକଙ୍କ ଭାଷଣ ନଶୁଣି ଯିଏ ଯୁଆଡେ ଖାଦ୍ୟ ପୁଡ଼ିଆ ଛାଡେଇବାକୁ ଲାଗିଲେ ଏତିକି ବେଳେ କୁଜିନେତା ଚିଲେଇ ଚିଲେଇ କହିବାକୁ ଲାଗିଲା " ଶଳା ତମ ଭାଗ୍ୟ କେବେ ବଦଳିବନି, ଲୋଭି ଶଳା " ବିଧାୟକ ରାଗ ତମ ତମ ହେଇ ଷ୍ଟେଜ ରୁ ଓହ୍ଲେଇ ପଳେଇଲେ ଦିନା ବୁଢା ଷ୍ଟେଜ ସମ୍ନା ରେ ଛିଡା ହେଇ ସେମତି ଛାହିଁ ଥାଏ ପେଣ୍ଡାଲ କୁ ।ବୁଢା ଖୋଜୁଥାଏ ସେଇ ଲେଖା କୁ ଯାହା କାଲି ଟେଣ୍ଟ କନା ଗୁଡେଇବା ସମୟରେ ପଛପଟେ ରହିଯାଇଛି। ଯାହା କୁ ଲେଖିବା ବେଳେ ସେ ରଙ୍ଗ ମିସ୍ତ୍ରୀ କହିଥିଲା "ହେ ଦିନା ବୁଢା କାଇଁ ତର ତର ହେଉଛୁ , ଏଇ ଲେଖା ପାଇଁ ଟିକେ ସମୟ ଦରକାର , ଆକୁ ଭଲସେ ନଲେଖିଲେ, ସରକାରଙ୍କ ବାରତା ଠିକ ଭାବେ ଲୋକଙ୍କ ପାଖରେ ପହଁଚି ପଡ଼ିବ ନାହିଁ ଟିକେ ଧର୍ଯ୍ୟଧଅ" ବୁଢା ଆଖି ଧୀରେ ଧୀରେ ସେ ଟେଣ୍ଟ କପଡା ଚିରି ଆଗକୁ ଆଗକୁ ଯାଉଥାଏ ବୁଢା କୁ ଦିଶୁଥାଏ ସେ ଅକ୍ଷର ମାନଙ୍କ ଆକାର  "ସୁନାର ଭାରତ ବର୍ଷ କରିବା ଆମରି ସଂକଳ୍ପ"

 ©ଡ଼ଃ ତୃପ୍ତିରଞ୍ଜନ ଦାସ

 

Comments

Post a Comment